ପାର୍ସଲ ବୋମା ରାୟ ନେଇ ସୌମ୍ୟଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା

 Highlights

ରାୟକୁ ନେଇ ଅସନ୍ତୋଷ ପ୍ରକାଶ କଲେ ସୌମ୍ୟଙ୍କ ପରିବାର
ପୁଞ୍ଜିଲାଲକୁ ଫାଶୀ ହେବା ନେଇ ଆଶା ରଖିଥିଲୁ: ସୌମ୍ୟଙ୍କ ବାପା ମା
`କୋର୍ଟଙ୍କ ରାୟରେ ଆମେ କିଛିଟା ସନ୍ତୁଷ୍ଟ ଅଛୁ' `ପୁଞ୍ଜିଲାଲକୁ ମଣିଷ ବୋଲି କୁହାଯିବନି'

ଚର୍ଚ୍ଚିତ ପାର୍ସଲ ବୋମା ଘଟଣାର ରାୟ ପ୍ରକାଶ ପରେ ପ୍ରତିକ୍ରିୟା ରଖିଛନ୍ତି ସୌମ୍ୟଙ୍କ ପରିବାର । ସୌମ୍ୟଙ୍କ ମାଆ କହିଛନ୍ତି, ପୁଞ୍ଜିଲାଲକୁ ଫାଶୀ ହେବା ନେଇ ଆଶା ରଖିଥିଲୁ । ହେଲେ କୋର୍ଟଙ୍କ ରାୟରେ ଆମେ କିଛିଟା ସନ୍ତୁଷ୍ଟ ଅଛୁ । ପୁଅର ଆତ୍ମା କିଛିଟା ଶାନ୍ତି ପାଇଛି । ପୁଞ୍ଜିଲାଲକୁ ମଣିଷ ବୋଲି କୁହାଯିବନି । ସେ ଯଦି ଉପରକୋର୍ଟ ଯିବ, ଆମେ ବି ଯିବୁ । ଦାର୍ଘ ୭ ବର୍ଷ ହେଲା କୋର୍ଟ ଆସୁଥିଲୁ । ସେପଟେ ପୁଞ୍ଜିଲାଲକୁ ଫାଶୀ ଦେବାକୁ ଦାବି କଲେ ସୌମ୍ୟଙ୍କ ଶାଶୁ ଓ ଶ୍ବଶୁର । କୋର୍ଟଙ୍କ ରାକୁ ଅସମ୍ମାନ କରୁନୁ, କିନ୍ତୁ ଦଣ୍ଡ ଯଥେଷ୍ଟ ହେଲାନି । ଆମେ ବହୁତ କଷ୍ଟ ପାଇଛୁ, ଫାଶୀ ଦଣ୍ଡ ହୋଇଥିଲେ ଆମେ ଖୁସି ହୋଇଥାଆନ୍ତୁ ବୋଲି କହିଛନ୍ତି ।

ବହୁଚର୍ଚ୍ଚିତ ପାର୍ସଲ ବୋମା ଘଟଣାରେ ଆସିଲା ବଡ଼ ରାୟ । ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡାଦେଶ । ଆଜୀବନ ଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା । ଆଜୀବନ ସଜା ଶୁଣାଇଲେ ପାଟଣାଗଡ଼ ଏଡିଜେ କୋର୍ଟ । ମାମଲାର ୭ ବର୍ଷ ପରେ ଆସିଲା ଚୂଡ଼ାନ୍ତ ରାୟ । ତେବେ ୨୦୧୮ ମସିହା ଫେବୃଆରୀ ୨୩ରେ ପାଟଣାଗଡ଼ରେ ଘଟିଥିଲା ପାର୍ସଲ ବୋମା ବିସ୍ଫୋରଣ । ବିସ୍ଫୋରଣରେ ନବବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କ ଘଟଣାସ୍ଥଳରେ ହୋଇଥିଲା ମୃତ୍ୟୁ । ବୃତିଗତ ଶତ୍ରୁତାକୁ କେନ୍ଦ୍ରକରି ଅଧ୍ୟାପକ ପୁଞ୍ଜିଲାଲ ଭଇଁଷା କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଘରକୁ ପାର୍ସଲ ବୋମା ପଠାଇଥିଲେ I ସଂଯୁକ୍ତାଙ୍କ ପୁଅ ସୌମ୍ୟଶେଖର ସାହୁଙ୍କ ବାହାଘର ୨୦୧୮ ଫେବ୍ରୁଆରୀ ୧୭ ତାରିଖରେ ହୋଇଥିଲା I


ପୁଞ୍ଜିଲାଲ ବିବାହ ଉପହାର ଭାବେ ଏକ ଗିଫ୍ଟ ଦେଇଥିଲା । ୨୩ ତାରିଖ ଦିନ ପାର୍ସଲ ଗିଫ୍ଟ ଖୋଲିବା ବେଳେ ବିସ୍ଫୋରଣ ହୋଇଥିଲା I ଏଥିରେ ସୌମ୍ୟଶେଖର ଓ ତାଙ୍କ ଜେଜେମା’ଙ୍କ ମୃତ୍ୟୁ ଘଟିଥିଲା I ନବବିବାହିତା ପତ୍ନୀ ରୀମା ସାହୁ ଗୁରୁତର ଭାବେ ଆହତ ହୋଇଥିଲେ I ଘଟଣାର ତଦନ୍ତ କରି କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ଏପ୍ରିଲ ୨୫ ତାରିଖରେ ଗିରଫ କରିଥିଲା I

Post a Comment (0)
Previous Post Next Post