Highlights
ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ସ୍ଥିତ ମହିମାଗାଦିରେ ଉନ୍ନତିମୂଳକ କାର୍ଯ୍ୟ ଓ ଭବ୍ୟ ଶୂନ୍ୟ ମଣ୍ଡପ ନିର୍ମାଣ ପାଇଁ ରାଜ୍ୟ କ୍ୟାବିନେଟରେ ପ୍ରକଳ୍ପକୁ ଅନୁମୋଦନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏଥିସହ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ନିଜ `X' ଆକାଉଣ୍ଟରେ ପୋଷ୍ଟ କରି ଧର୍ମେନ୍ଦ୍ର କହିଛନ୍ତି- ଯୋରନ୍ଦାର ମହିମାଗାଦି କେବଳ ମହିମା ଧର୍ମର କେନ୍ଦ୍ର ବିନ୍ଦୁ ନୁହେଁ, ଏହା ଦିନେ ସାରା ଓଡ଼ିଶାର ଶିକ୍ଷା ଓ ଜ୍ଞାନର କେନ୍ଦ୍ର ଭାବେ ପରିଚିତ ଥିଲା ।
ମହିମା ଗୋସାଇଁଙ୍କ ଅମୂଲ୍ୟ ବାର୍ତ୍ତାକୁ ସନ୍ଥକବି ଭୀମ ଭୋଇ ଏହି ପବିତ୍ର ମାଟିରେ ଶିକ୍ଷା ଓ ଆଧ୍ୟାତ୍ମିକତାର ଏକ ବିରାଟ ଆନ୍ଦୋଳନକୁ ଜନ୍ମ ଦେଇଥିଲେ । ମହିମାଗାଦିର ବିକାଶ ଏବଂ ଭବ୍ୟ ଶୂନ୍ୟ ମଣ୍ଡପ ଦ୍ୱାରା ପର୍ଯ୍ୟଟକମାନଙ୍କ ସଂଖ୍ୟା ବଢିବା ସହ ସ୍ଥାନୀୟ ଅଞ୍ଚଳର ସାମଗ୍ରିକ ଅର୍ଥନୈତିକ ବିକାଶ ହେବ ।