ଅନୁଗୁଳରେ ପୁଣି ହାତୀ ମୃତ୍ୟୁ
ସୋଲାର ବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
ବନ୍ତଳା ରେଞ୍ଜ ତଳସିରାରେ ଅଘଟଣ
ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା
ଅନୁଗୁଳରେ ପୁଣି ହାତୀ ମୃତ୍ୟୁ । ବିଦ୍ୟୁତ ଆଘାତରେ ଦନ୍ତାହାତୀର ମୃତ୍ୟୁ । ଅନୁଗୁଳ ଜିଲ୍ଲା ବନ୍ତଳା ରେଞ୍ଜ ତଳଶିରା ଗାଁରେ ଦନ୍ତାହାତୀର ମୃତ୍ୟୁ । ଆମ୍ବ ଖାଇବାକୁ ଆମ୍ବ ବଗିଚା ଯାଉଥିବା ବେଳେ ବିଦ୍ୟୁତ ଆଘାତରେ ହାତୀର ମୃତ୍ୟ ହୋଇଛି । ବଗିଚାର ସୁରକ୍ଷା ପାଇଁ ବନ୍ଧା ଯାଇଥିବା ସୋଲାର ବିଦ୍ୟୁତ ସଂସ୍ପର୍ଶରେ ଆସି ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି । ଆମ୍ବ ବଗିଚାକୁ ସୁରକ୍ଷା ଦେବାକୁ ମାଲିକ ବିଦ୍ୟୁତ ତାର ବିଛାଇଥିବା ବେଳେ ଦନ୍ତାର ମୃତ୍ୟୁ ହୋଇଛି । ବଗିଚା ମାଲିକକୁ ଅଟକ ରଖି ତଦନ୍ତ କରୁଛି ବନ ବିଭାଗ ।
ସେପଟେ ଦନ୍ତା ଆକ୍ରମଣରେ ଜଣେ ମୃତ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ କଣଲୋଇ ଗାଁରେ ଘଟିଛି ଘଟଣା । ମୃତକ ହେଲେ କଣଲୋଇ ଭଗମୁଣ୍ଡା ଗାଁର ପ୍ରସନ୍ନ ନାଏକ । ଘରପାଖ ଆମ୍ବ ଗଛରୁ ଆମ୍ବ ଗୋଟାଉ ଥିବା ବେଳେ କଚାଡି ମାରିଛି ଦନ୍ତା ।