ଖରିଫ୍‌ ଫସଲର MSP ବୃଦ୍ଧି କଲେ କେନ୍ଦ୍ର ସରକାର

Highlights

14ଟି ଫସଲର MSP ବଢାଇଲେ କେନ୍ଦ୍ର ସରକାର

କେନ୍ଦ୍ର କ୍ୟାବିନେଟ୍ ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । 14ଟି ଫସଲର MSP ବଢାଇଲେ କେନ୍ଦ୍ର ସରକାର । କ୍ୱିଣ୍ଟାଲ ପିଛା 69 ଟଙ୍କା ବଢିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ।


ଅର୍ଥନୈତିକ ବ୍ୟାପାର କାବିନେଟ୍‌ କମିଟିର ଅନୁମୋଦନ ମିଳିଛି । ଧାନର MSP ଗତ ବର୍ଷ ତୁଳନାରେ କ୍ବିଣ୍ଟାଲ ପିଛା ୬୯ ଟଙ୍କା ବଢ଼ିଛି । କେନ୍ଦ୍ର ଦେଉଥିବା ୨୩ ଶହ ଟଙ୍କା ୨୩୬୯ ଟଙ୍କାକୁ ବୃଦ୍ଧି ହୋଇଛି । ଗ୍ରେଡ୍‌ ଏ ଧାନ ପାଇଁ କ୍ବିଣ୍ଟାଲ ପିଛା ୨୩୮୯ ଟଙ୍କା ମିଳିବ । ଜୱାର କ୍ବିଣ୍ଟାଲ ପିଛା MSP ୩୨୮ ଟଙ୍କା ବଢ଼ିଲା । ସେହିପରି ବାଜରା ୧୫୦, ରାଗି ୫୯୬ ଟଙ୍କା ବୃଦ୍ଧିକୁ ଅନୁମୋଦନ ମିଳିଛି । ହରଡ ଡାଲି ୪୫୦ ଓ ମୁଗ ଡାଲି କ୍ବିଣ୍ଟାଲ ପିଛା MSP ୮୬ ଟଙ୍କା ବୃଦ୍ଧି ହୋଇଛି ।
 

Post a Comment (0)
Previous Post Next Post