ଚିମିଡିପାଲି ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

 Highlights

ସୁଡ଼ଙ୍ଗ ମଧ୍ୟରେ ରହିଛି ଟ୍ରେନର ଅଧା ବଗି

ମାଲ ବୋଝେଇ ଟ୍ରେନ୍ ଲାଇନଚ୍ୟୁତ । ୨୫ ରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ ହୋଇଛି । ସୁଡ଼ଙ୍ଗ ମଧ୍ୟରେ ରହିଛି ଟ୍ରେନର ଅଧା ବଗି । ଚିମିଡିପାଲି ନିକଟରେ ଘଟିଛି ଏହି ଦୁର୍ଘଟଣା । କେ କେ ଲାଇନରେ ଗାଡ଼ି ଚଳା ଚଳ ବନ୍ଦ ରହିଛି । ଆରୁକୁ – କୋତୱାଲାସା ମଧ୍ୟ ଚିମିଡିପାଲି ଷ୍ଟେସନ ନିକଟରେ ଘଟିଛି ଦୁର୍ଘଟଣା ।

କିରଣ୍ଡୁଲରୁ ଲୁହାପଥର ବୋଝେଇ କରି ବିଜୟୱାଡ଼ା ଅଭିମୁଖେ ଯାଉଥିଲା ମାଲ ବୋଝେଇ ଟ୍ରେନ । ବିଶାଖାପାଟଣାରୁ କିରଣ୍ଡୁଲକୁ ଟ୍ରେନ ଚଳା ଚଳ ବନ୍ଦ ରହିଛି । ବିଶାଖାପାଟଣାରୁ କିରଣ୍ଡୁଲକୁ ରାୟଗଡ଼ା ଦେଇ ଦିନ ବେଳା ଓ ରାତ୍ରୀକାଳୀନ ଗାଡ଼ି ଚଳାଚଳ କରିବ ବୋଲି ରେଳ ବିଭାଗ ସୂତ୍ରରୁ ସୂଚନା ମିଳିଛି ।


KOKG ନାମକ ମାଲ ବୋଝେଇ ଟ୍ରେନରେ ପ୍ରାୟ ୫୯ ରୁ ଉର୍ଦ୍ଧ୍ବ ବଗି ଲାଗିଥିଲା । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରାୟ ୨ଦିନ ପର୍ଯ୍ୟନ୍ତ ରେଳ ଚଳା ଚଳ ବନ୍ଦ ରହିବା ସମ୍ଭାବନା ରହିଛି ।

Post a Comment (0)
Previous Post Next Post