Highlights
ଭଦ୍ରକରେ ବଢିଲା ଇଣ୍ଟରନେଟ କଟକଣା
ଗତକାଲି ୨୪ ଘଣ୍ଟା ବନ୍ଦ ରହିଥିଲା ଇଣ୍ଟରନେଟ ସେବା
ଆଜି 12 ଘଣ୍ଟା ପୁଣି ଇଣ୍ଟରନେଟ୍ ସେବା ବନ୍ଦ
ଭଦ୍ରକରେ ବଢିଲା ଇଣ୍ଟରନେଟ କଟକଣା । ଆଜି ଆହୁରି ୧୨ ଘଣ୍ଟା ବନ୍ଦ ରହିଛି ଇଣ୍ଟରନେଟ ସେବା । ଭଦ୍ରକ ଏସପି ମନୋଜ କୁମାର ରାଉତଙ୍କ ସୂଚନା ସକାଳ 6ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ବନ୍ଦ ରହିବ ସେବା । ଗତକାଲି ୨୪ ଘଣ୍ଟା ବନ୍ଦ ରହିଥିଲା ଇଣ୍ଟରନେଟ ସେବା । ଗୋ ଚାଲାଣକୁ କେନ୍ଦ୍ର କରି ଦୁଇ ସମ୍ପ୍ରଦାୟ ମଧ୍ୟରେ ଗଣ୍ଡଗୋଳ ଓ ଆକ୍ରମଣ ହୋଇଥିଲା । ଆକ୍ରମଣରେ ଗୋ ସେବକଙ୍କ ମୃତ୍ୟୁ ପରେ ଚାପା ଉତ୍ତେଜନା ପରେ ସ୍ଥିତି ଶାନ୍ତ ପଡିଥିଲା । ବ୍ୟାପକ ଫୋର୍ସ ମୁତୟନ ହେବା ସହ ବିବାଦୀୟ ପୋଷ୍ଟ ନକରିବା ପାଇଁ ଭଦ୍ରକ ଜିଲ୍ଲାର ୫ଟି ସ୍ଥାନରେ ଗତକାଲି ୨୪ ଘଣ୍ଟିଆ ଇଣ୍ଟରନେଟ୍ ସେବା ବନ୍ଦ ରହିଥିଲା । ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଉତ୍ତେଜନା ସୃଷ୍ଟି ପାଇଁ ବିବାଦୀୟ ପୋଷ୍ଟ ଯେପରି ନହେବ ତାକୁ ଲକ୍ଷ୍ୟ କରି ଏଭଳି ନିଷ୍ପତ୍ତି ନିଆଯାଇଛି ।
