Highlights
CBI ହାତରେ ଇପିଏଫଓ କାର୍ଯ୍ୟାଳୟ ଅଧିକାରୀ
୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ
ପିଆରଓ ଅନୀଲ ପତିଙ୍କୁ କାବୁ କଲା CBI
CBI ହାତରେ ଇପିଏଫଓ କାର୍ଯ୍ୟାଳୟ ଅଧିକାରୀ । ୧୦ ହଜାର ଟଙ୍କା ଲାଞ୍ଚ ନେଇ CBI ହାତରେ ଧରାପଡ଼ିଛନ୍ତି ବ୍ରହ୍ମପୁର ଇପିଏଫ୍ଓ ରିଜିଓନାଲ ଅଫିସ୍ ପିଆରଓ ଅନୀଲ ପତି I ଜଣେ ଯୁବକଙ୍କଠାରୁ ଲାଞ୍ଚ ନେଉଥିବାବେଳେ ଧରିଲା CBI । ସିବିଆଇ ଅଧିକାରୀମାନେ ତାଙ୍କୁ ଲାଞ୍ଜିପଲ୍ଲୀ ଅଞ୍ଚଳରୁ କାବୁ କରିବା ପରେ ପଚରାଉଚରା ପାଇଁ କୌଣସି ଅଜଣା ସ୍ଥାନକୁ ନେଇଯାଇଛନ୍ତି । ଅନୀଲଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି । ପୂର୍ବ ଯୋଜନା ମୁତାବକ ଲାଞ୍ଚ ଟଙ୍କା ସହ ଅନିଲଙ୍କୁ କାବୁ କରିଥିଲେ ଛପି ରହିଥିବା ସିବିଆଇ ଅଧିକାରୀ ।
