ମ୍ୟାଚ ନୁହେଁ ଟୁର୍ଣ୍ଣାମେଣ୍ଟ ଜିତିବାକୁ ହେବ: ସୁରେଶ ପୂଜାରୀ

 Highlights

ଲୋକଙ୍କୁ ଦିଅ VIP ସେବା 

ତହସିଲ ଅଫିସକୁ କରନ୍ତୁ peoples friendly

ମ୍ୟାଚ ନୁହେଁ ଟୁର୍ଣ୍ଣାମେଣ୍ଟ ଜିତିବାକୁ ହେବ ବୋଲି କହିଛନ୍ତି ସୁରେଶ ପୂଜାରୀ

ଲୋକଙ୍କୁ ଦିଅ VIP ସେବା । ତହସିଲ ଅଫିସକୁ କରନ୍ତୁ peoples friendly । ବ୍ୟବହାରରେ ଲୋକଙ୍କୁ ଆପ୍ୟାୟିତ କର । ମ୍ୟାଚ ନୁହେଁ ଟୁର୍ଣ୍ଣାମେଣ୍ଟ ଜିତିବାକୁ ହେବ ।  ଓଡିଶା ଭିଜନ ଡକ୍ୟୁମେଣ୍ଟକୁ ସଫଳ କରିବାକୁ ହେବ । ରାଜସ୍ବ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ଅଧିକାରୀଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ଟାସ୍କ । କୌଣସି ତହସିଲରେ ଜଣେ ମଧ୍ୟ ଭୂମିହୀନ ଲୋକ ରହିବେନି । ବିସ୍ଥାପିତ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ଆଦିବାସୀଙ୍କ ଜଙ୍ଗଲ ଜମି ଅଧିକାର । ପଡାକୁ ରାଜସ୍ବ ଗ୍ରାମ୍ୟ ମାନ୍ୟତା । ଏହା ସହ ରାଜ୍ୟର ଭୂମିକୁ ସୁରକ୍ଷା, ସରକାରଙ୍କ ଏହି ସଂକଳ୍ପକୁ ପୂର୍ଣ୍ଣ କରିବାକୁ ଆହ୍ୱାନ ଦିଆଯାଇଛି । 

୫୧ ଟି ବିଭାଗର ମେରୁଦଣ୍ଡ ରାଜସ୍ବ ବିଭାଗ । ଯେବେ ମୋ ପାଖକୁ ଲୋକ ଆସିବା ବନ୍ଦ କରିଦେବେ ଜାଣିବି ରାଜସ୍ବ ସେବା ଠିକ ବାଟରେ ଚାଲିଛି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଯାହାକୁ ଖୁବ ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଉଛି। 

Post a Comment (0)
Previous Post Next Post