Highlights
କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ୫ଜଣଙ୍କ ମୃତ୍ୟୁ ଘଟଣା
୫ ଜଣିଆ ଟିମ୍ ଗଠନ କଲା DMET
ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ
କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ୫ଜଣଙ୍କ ମୃତ୍ୟୁ ଘଟଣା । ୫ ଜଣିଆ ଟିମ୍ ଗଠନ କଲା DMET । MKCG ରୁ ୩ ଜଣ ଓ SCBରୁ ୨ ଜଣିଆ ଟିମ୍ ସହିଦ ଲଷ୍ମଣ ନାୟକ ମେଡିକାଲ କଲେଜ ଯାଇ ଫୁଙ୍ଖାନୁପୁଙ୍ଖ ତଦନ୍ତ କରିବେ । ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ଡିଏମଇଟି ନିର୍ଦ୍ଦେଶକ ସନ୍ତୋଷ ମିଶ୍ର ।
ଦିଆଯାଇଥିବା ଔଷଧର ପାର୍ଶ୍ବ ପ୍ରତିକ୍ରିୟା କିଛି ରହିଛି କି ନା ସ୍ବାଭାବିକ ମୃତ୍ୟୁ ଘଟିଛି ଏ ସବୁର ଟିକିନିଖି ଅନୁଧ୍ୟାନ କରାଯିବ । ଔଷଧ ଗୁଡ଼ିକର ମାନ ଯାଞ୍ଚ କରାଯିବ । ସେପଟେ ମେଡିସିନ ଡ୍ରଗ ଇନ୍ସପେକ୍ଟରଙ୍କ ୫ ଜଣିଆ ପ୍ରତିନିଧି ଦଳ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ ସହ ଆଲୋଚନା କରିଛନ୍ତି । ତେବେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ମୃତକ ୫ ଜଣକଙ୍କ ମଧ୍ୟରୁ ୩ଜଣ ରୋଗୀ ICU ଚିକିତ୍ସିତ ହେଉଥିବାବେଳେ ୨ ଜଣ ରୋଗୀ ସାଧାରଣ ୱାର୍ଡରେ ଚିକିତ୍ସିତ ହେଉଥିଲେ ।
ଗତ ରାତିରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଭୂଲ୍ ଇଞ୍ଜେକସନ ଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ମୃତକ ହେଲେ ସେମିଳିଗୁଡା ଜଗମଗୁଡାର ସୁକ୍ରା ମାଝୀ, ଆମ୍ବାଗୁଡା ମିନଗୁଡ଼ାର ରୁକ୍ମି ପେଣ୍ଟିଆ, କଳାହାଣ୍ଡି କକସରାର ଫୁଲମତି ମାଝୀ, ବୋରିଗୁମ୍ମା ବଡ଼ପିଣ୍ଡା ପଦରର ଭଗବାନ ପରଜା, କୋରାପୁଟ ମାଛରାର ବତି ଖରା । ଅନ୍ୟପଟେ ୪ ମୃତକଙ୍କ ପରିବାରକୁ ହସ୍ପିଟାଲ ପକ୍ଷରୁ ୧୦ ହଜାର ଲେଖାଏଁ ପ୍ରଦାନ କରାଯାଇଛି ।