ଇରାନ୍ ଉପରେ ବଡ ଧରଣର ଆକ୍ରମଣ କରିପାରେ ଆମେରିକା

 Highlights

ଇରାନ୍ ଉପରେ ବଡ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି କି ଆମେରିକା ?
ଟ୍ରମ୍ପ କହିଲେ ପ୍ରତି ମୁହୂର୍ତ୍ତରେ ପରିସ୍ଥିତି ବଦଳୁଛି
ଚୂଡାନ୍ତ ନିଷ୍ପତ୍ତି ସଠିକ୍ ସମୟରେ ନିଆଯିବ : ଟ୍ରମ୍ପ

ଇରାନ୍ ଓ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ଉଭୟ ପରସ୍ପର ଉପରେ ଘନଘନ ଆକ୍ରମଣ କରୁଛନ୍ତି । ଇରାନ ଉପରେ ବଡ ଧରଣର ଆକ୍ରମଣ କରିବାକୁ ଆମେରିକା ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି । ଏକ ଆନ୍ତର୍ଜାତିକ ଗଣମାଧ୍ୟମକୁ ସାକ୍ଷାତକାରରେ ସେ କହିଛନ୍ତି, ଆକ୍ରମଣ ହୋଇପାରେ କିମ୍ବା ନ ହୋଇପାରେ । ପ୍ରତି ମୁହୂର୍ତ୍ତରେ ପରିସ୍ଥିତି ବଦଳୁଛି ।

ଚୂଡାନ୍ତି ନିଷ୍ପତ୍ତି ସଠିକ୍ ସମୟରେ ନିଆଯିବ ବୋଲି ଟ୍ରମ୍ପ କହିଛନ୍ତି । ଗତକାଲି ଆମେରିକା ରାଷ୍ଟ୍ରପତି ଡୋନଲଡ୍ ଟ୍ରମ୍ପ ଇରାନକୁ ନିଃସର୍ତ୍ତ ଆତ୍ମ ସମର୍ପଣ ପାଇଁ ଚେତାବନୀ ଦେଇଥିଲେ । ସେପଟେ ଇରାନ୍ ସୁପ୍ରିମ୍ ଲିଡର ଆୟୋତଲ୍ଲା ଖାମେନି କହିଛନ୍ତି ଇରାନ୍ କାହାର ଧମକକୁ ଖାତିର କରେନାହିଁ।

Post a Comment (0)
Previous Post Next Post