Highlights
ସୋରରେ ଘର ମାଲିକଙ୍କୁ ହାଣି ଲୁଟ୍
ଡକାୟତଙ୍କ ଭୁଜାଲି ଆକ୍ରମଣରେ ଘର ମାଲିକ ସମେତ ଦୁଇ ଗୁରୁତର
ବାଲେଶ୍ବର ଜିଲ୍ଲା ସୋରରେ ଘର ମାଲିକଙ୍କୁ ହାଣି ଲୁଟ୍ । ଡକାୟତଙ୍କ ଭୁଜାଲି ଆକ୍ରମଣରେ ଘର ମାଲିକ ସମେତ ଦୁଇ ଗୁରୁତର । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉତ୍ତରେଶ୍ୱର ଅନ୍ନପୂର୍ଣ୍ଣା ରାଇସ ମିଲର ଆୟୁର୍ବେଦିକ ଡାକ୍ତର ତପନ ଦାସଙ୍କ ପରିବାର ସହ ଭଦ୍ରକ ଯାଇଥିଲେ l ବିଳମ୍ବିତ ରାତିରେ ଫେରି ଘର ତାଲା ଖୋଲା ଥିବାରୁ ସନ୍ଦେହ କରି ପରିବାର ଲୋକ ଘରକୁ ପଶିଥିଲେ l ଅନ୍ଧାରର ସୁଯୋଗ ନେଇ ଜଣେ ଡକାୟତ ସୁନା ଗହଣା ନେଇ ଖସିଯିବା ବେଳେ ଡାକ୍ତର ଦାସ ଓ ତାଙ୍କ ପୁତୁରା ଦୀପକ ଡକାୟତକୁ ଧରିଛନ୍ତି।
ତେବେ ଡକାୟତକୁ ଧରିବା ବେଳେ ଡକାୟତ ଦୀପକଙ୍କ ହାତକୁ କାମୁଡିବା ସହିତ ଭୁଜାଲିରେ ଡାକ୍ତର ଦାସଙ୍କ ମୁଣ୍ଡକୁ ଆକ୍ରମଣ କରି ଗୁରୁତର କରିଥିଲେ l କିନ୍ତୁ ଗୁରୁତର ହୋଇ ମଧ୍ୟ ଡକାୟତକୁ କାବୁ କରି ପଡୋଶୀଙ୍କୁ ଡ଼ାକ ପକାଇବାରୁ ପଡୋଶୀ ମାନେ ଆସି ଡକାୟତକୁ କାବୁ କରି ପୋଲିସ ର ଜିମା ଦେଇଛନ୍ତି l ସୋର ପୋଲିସ ତଦନ୍ତ ଆରମ୍ଭ କରିଛି l