Highlights
ଜ୍ବରରେ କମ୍ପୁଛନ୍ତି ଶ୍ରୀଜିଉ
୧୪ ଦିନ ଧରି ଚାଲିବ ଅଣସର ନୀତି
ଶ୍ରୀକ୍ଷେତ୍ର ଛାଡି ଶିଳାକ୍ଷେତ୍ରକୁ ଧାଇଁ ଆସୁଛନ୍ତି ଭକ୍ତ
୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ ପରେ ଜ୍ବରରେ କମ୍ପୁଛନ୍ତି ଶ୍ରୀଜିଉ । ୧୪ ଦିନ ଧରି ଚାଲିବ ଅଣସର ନୀତି । ଦଇତାପତିମାନେ ଜ୍ଵରାକ୍ରାନ୍ତ ମହାପ୍ରଭୁଙ୍କୁ ଗୁପ୍ତ ଉପଚାର ଓ ଗୁପ୍ତ ସେବା କରୁଛନ୍ତି । ଅଣସର ସମୟରେ ଶ୍ରୀଜିଉମାନେ ଶ୍ବେତବସ୍ତ୍ର ପରିଧାନ କରିବାର ବିଧି ରହିଥିବାବେଳେ ତୁଳସୀ ମଧ୍ୟ ଲାଗି କରାଯାଇନଥାଏ । ମହାପ୍ରଭୁଙ୍କୁ କେବଳ ଧଳା ଫୁଲ ଲାଗି କରାଯାଇଥାଏ । ଅଣସର ଘରେ ଥିବା ମହାପ୍ରଭୁଙ୍କ ପାଖେ ଚକଟା ଏବଂ ପଣା ଭୋଗ କରାଯାଇଥାଏ ।
ସେହିପରି ଆଜିଠୁ ଶ୍ରୀମନ୍ଦିରରେ ପଟିଦିଅଁ ଦର୍ଶନ । ସେପଟେ ବ୍ରହ୍ମଗିରି ଅଲାରନାଥ ପୀଠରେ ଆଜିଠୁ ଅଣବସର ଦର୍ଶନ ଚାଲିଛି । ଦାରୁବ୍ରହ୍ମଙ୍କୁ ଦର୍ଶନ ନପାଇ ଭକ୍ତଙ୍କ ମନ ବ୍ୟାକୁଳ ହୋଇପଡିଛି । ଶ୍ରୀକ୍ଷେତ୍ର ଛାଡି ଶିଳାକ୍ଷେତ୍ରକୁ ଧାଇଁ ଆସୁଛନ୍ତି ଭକ୍ତ । ବ୍ରହ୍ମଗିରିର ପ୍ରଭୁ ଅଲାରନାଥଙ୍କ ପୀଠରେ ଭକ୍ତଙ୍କ ଗହଳି ଲାଗିଛି । ଭୋର ୪ଟାରେ ଦ୍ବାର ଫିଟିଥିଲା, ୪.୧୫ରେ ମଙ୍ଗଳ ଆଳତୀ, ଅବକାଶ ନିତି ଶେଷ ହୋଇଥିଲା । ଏହାପରେ ଅଣସର ବେଶ ହୋଇଥିଲେ ପ୍ରଭୁ ଅଲାରନାଥ । ସୁରକ୍ଷା ପାଇଁ ୮ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି ।
