ପାଣିରେ ବୁଡିଯାଇ କଲେଜ ଛାତ୍ରଙ୍କ ମୃତ୍ୟୁ


ଜଗତସିଂହପୁର : ପାଣିରେ ବୁଡିଯାଇ କଲେଜ ଛାତ୍ରଙ୍କ ମୃତ୍ୟୁ।  ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ମହାନଦୀ ପଠାକୁ ଗାଧେଇବାକୁ ଯାଇ ନିଖୋଜ ହୋଇଯାଇଥିଲେ ବାଲିପାଟଣା ଗ୍ରାମର ସାମ୍ବାଦିକ ସୁଧାଂଶୁ ପୃଷ୍ଟି ଙ୍କ ବଡ଼ପୁଅ ଶ୍ରେୟାଂଶୁ । ବୟସ ୧୬ ବର୍ଷ । ଶ୍ରେୟାଂଶୁ ଶାରଳା ମହାବିଦ୍ୟାଳୟ ରାହାମା,କଲେଜରେ +୨ ବିଜ୍ଞାନ ଦ୍ଵିତୀୟ ବର୍ଷ ଛାତ୍ର ଥିଲା। ସାଙ୍ଗ ମାନଙ୍କ ସହିତ କୋଟକଣା ମହାନଦୀ ପଠାକୁ ଯାଇ ଶୌଚ ହେଉଥିବା ବେଳେ ଗୋଡ଼ ଖସିଯାଇଥିଲା।


 ଏହାପରେ ସ୍ଥାନୀୟ ଲୋକମାନେ ଅଗ୍ନିଶମ ବାହିନୀ ଙ୍କୁ ଖବର ଦିଆଯାଇଥିଲ। ଖବର ପାଇ ତିର୍ତ୍ତୋଲ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ତାହା ମିଳିପାରିନଥିଲା।ପରେ ଜଗତସିଂହପୁର ଓଡ୍ରାଫ ଟିମ୍ ସହାୟତାରେ ଆଜି ସକାଳ ୭ ଟା ସମୟରେ ମହାନଦୀରୁ ମୃତଦେହ ଉଦ୍ଧାର ହୋଇଥିଲା। ଘଟଣା ସ୍ଥଳରେ ତିର୍ତ୍ତୋଲ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ପୋଲିସ ପକ୍ଷରୁ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇ ଦିଆଯାଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post