ଅର୍ଗସ ବ୍ୟୁରୋ : ସାଧାରଣ ନିର୍ବାଚନ କିଛି ଦିନ ବାକି ଥିବାବେଳେ । ଏନେଇ ବିଜୁ ଜନତା ଦଳ ପକ୍ଷରୁ ଯାଜପୁର ଜିଲ୍ଲା ପାଇଁ ଯାଜପୁର ଲୋକସଭା ଓ ୪ ଗୋଟି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ନାମ ଘୋଷଣା କରିଛି । ଆଉ ବାକି ୩ ଗୋଟି ନିର୍ବାଚନ ମଣ୍ଡଳୀ ବଡ଼ଚଣା, କୋରେଇ ଓ ବରୀ ପାଇଁ ପାର୍ଥୀଙ୍କ ନାମ ଘୋଷଣା କରି ନାହିଁ । ନାମ ଘୋଷଣା ପୂର୍ବରୁ ବଡଚଣା ନିର୍ବାଚନ ମଣ୍ଡଳୀରେ ନେତୃତ୍ୱ ପରିବର୍ତ୍ତନ ନେଇ ଦାବି ଜୋର ଧରିଛି ।
ଆଜି ବଡ଼ଚଣାରେ ବିଜେଡ଼ି ପ୍ରାର୍ଥୀ ନାମ ପରିବର୍ତ୍ତନ କରିବା ପାଇଁ ଏକାଠି ହୋଇଛନ୍ତି ବିଜେଡ଼ିର ଶହଶହ ନେତା ଓ କର୍ମୀ । ଦେଖୁନାହାନ୍ତି, କେମିତି ମଞ୍ଚ ବନ୍ଧା ହୋଇଛି, ଲାଗିଛି ବିଜେଡି ବ୍ୟାନର । ହେଲେ ସଭା ମଞ୍ଚ ଉପରେ ବଡ଼ଚଣା ବିଧାୟକ ଅମରଙ୍କୁ କରୁଛନ୍ତି ଖୋଲା ଖୋଲି ବିରୋଧ । ଯାହାକି ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ବିରୋଧରେ ବିଜେଡି ଏକ ସାଧାରଣ ସଭାରେ ୩ ହଜାରରୁ ଉର୍ଦ୍ଧ ସମର୍ଥକଙ୍କ ଉପସ୍ଥିତିରେ ଗର୍ଜିବା ସହିତ ନେତ୍ରୁତ୍ୱ ପରିବର୍ତ୍ତନ ପାଇଁ ଜୋର ଧରିଛି । ଯାହାକି ଏବେ ବଡଚଣା ରାଜନୀତିକୁ ପାଣି ଗୋଳମାଳିଆ ପରିସ୍ଥିତିକୁ ଟାଣି ନେଇଛି ।
ବଡଚଣାର ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ । ଯେଉଁ ମାନଙ୍କୁ ରାଜନୀତିକୁ ଆଣି ହାତ ଧରି ରାଜନୈତିର ଗୋଟି ଚଳାଇବା ଶିଖାଇ ଥିଲେ । ରାଜନୀତିର ସ୍ୱାଦ ଚଖାଇ ଥିଲେ ଆଜି ସେହି ତିନି ଜିଲ୍ଲାପରିଷଦ ସହ ବହୁ ଆଗ ଧାଡିର ସମର୍ଥକମାନେ ଆଜି ତାଙ୍କ ବିରୋଧରେ ଖୋଲା ଖୋଲି ଭାବେ ବିରୋଧ କରିଛନ୍ତି ।
ଖାଲି ସେତିକି ନୁହେଁ, ବଡଚଣାରେ ଠିକାଦାରୀ ରାଜନୀତି ଚାଲିଛି । ବଡଚଣା ବିକାଶ ଅଧପନ୍ତରିଆ ଭାବେ ପଡି ରହିଛି । ତେବେ ବଡଚଣାକୁ ଆଗକୁ ନେବାକୁ ହେଲେ ନେତୃତ୍ୱର ପରିବର୍ତ୍ତନ ରହିଛି । ବୋଲି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ କହିଛନ୍ତି । ବଡ଼ଚଣାର ପରିବର୍ତ୍ତନ ପାଇଁ ଆଜି ବିଜେଡ଼ି ଅନେକ ନେତା ଓ କର୍ମୀ ସାମିଲ ହୋଇଥିଲା । ସାମିଲ ହେବା ସହିତ ବଡଚଣାର ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ଖୋଲା ଖୋଲିଖୋଲି ଭାବେ ବିରୋଧ କରିଥିଲେ ।
