ଅର୍ଗସ ବ୍ୟୁରୋ : ବିଜେଡି ଛାଡ଼ିଲେ ପର୍ଶୁରାମ । ବିଜେଡିରୁ ଇସ୍ତଫା ଦେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା । ନିଜର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି । ଦଳ ଟିକେଟ୍ ନଦେବାରୁ ଇସ୍ତଫା ଦେଇଛନ୍ତି ପର୍ଶୁରାମ । ସୋରରୁ ମାଧବ ଧଡ଼ାଙ୍କୁ ବିଜେଡି ଟିକେଟ୍ ଦେଇଛି । ଆଜି ମାଧବଙ୍କ ନାଁରେ ମୋହର ମାରିଥିଲା ଦଳ । ୨୦୧୪ ଏବଂ ୨୦୧୯ରେ ବିଜେଡି ଟିକେଟରୁ ସୋର ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ବିଧାୟକ ହୋଇଥିଲେ ପର୍ଶୁରାମ ଧଡ଼ା । କୌଣସି ଦଳରୁ ଲଢ଼ିବି ନା ସ୍ବାଧୀନ, ଲୋକ ଓ ସମର୍ଥକଙ୍କ ପରାମର୍ଶ ପରେ ନିଷ୍ପତ୍ତି ନେବି ବୋଲି କହିଛନ୍ତି ଧଡ଼ା ।
ଅନ୍ୟପଟେ ବିଜେଡି ଛାଡ଼ିଲେ ଦେବେନ୍ଦ୍ର କହଁର । ବିଜେଡିରୁ ଇସ୍ତଫା ଦେଲେ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଲେ ଇସ୍ତଫାପତ୍ର । କୌଣସି ଆଗାମୀ ନିର୍ବାଚନରେ କୌଣସି ଦଳକୁ ନ ଯାଇ ସ୍ୱାଧୀନ ଭାବେ ମଧ୍ୟ୍ୟ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ଦେବେନ୍ଦ୍ର କହ୍ନର । ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଦେବେନ୍ଦ୍ର ଫୁଲବାଣୀ ଆସନରେ ବିଜେଡି ବିଧାୟକ ଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେପଟେ ବିଜେଡି ଛାଡ଼ିଛନ୍ତି ଜଗତସିଂହପୁର ଜିଲ୍ଲାର ପୂର୍ବତନ ବିଜେଡି ସଭାପତି ଅମରେନ୍ଦ୍ର ଦାସ । ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଲେ ଇସ୍ତଫାପତ୍ର । ବିଜେଡି ପ୍ରଶାନ୍ତ ମୁଦୁଲିଙ୍କୁ ଟିକେଟ୍ ଦେବା ପରେ ଅସନ୍ତୁଷ୍ଟ ଥିଲେ ଅମରେନ୍ଦ୍ର । ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି । ସେହିପରି ବିଜେଡ଼ିରୁ ଇସ୍ତଫା ଦେଲେ ଅସିତ ପଟ୍ଟନାୟକ । ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟନାୟକ ପୁଅ ଅସିତ । ସେ ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନାର ଉପଦେଷ୍ଟା ଥିଲେ ।
