ମିଳିଲା ମନୋରଞ୍ଜନଙ୍କ ପତ୍ତା, କାଲିଠାରୁ ନିଖୋଜ ଥିଲେ

 ଅର୍ଗସ ବ୍ୟୁରୋ : କାଲି ଠାରୁ ନିଖୋଜ ଥିଲେ । ଆଜି ମିଳିଲା ମୃତ ଦେହ । ମୃତ ବ୍ୟକ୍ତି ଜଣକ ହେଲେ ପାଗାଫାଣ୍ଡି ଅଧିନ ବାରଗୋଡ଼ିଆ ଜେନା ସାହିର ମନୋରଞ୍ଜନ ଜେନା । ମନୋରଞ୍ଜନ ଗତ କାଲି ଠାରୁ ନୋଖୋଜ ଥିବାଲେ । ପରିବାର ଲୋକ ଗତକାଲି ବିଳମ୍ବିତ ରାତି ସମୟ ଧରି ଖୋଜାଖୋଜି କରିଥିଲେ । ହେଲେ ମନୋରଞ୍ଜନଙ୍କ କୌଣସି ପତ୍ତା ମିଳିନଥିଲା ।


 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆଜି ସକାଳୁ କେନ୍ଦ୍ରାପଡା କେନାଲ ପାଗା ଫାଣ୍ଡି ଅଧିନ ପାଟପୁର ପୋଲ ନିକଟରେ ମୃତ ଦେହ କେନାଲରେ ଭାସୁଥିବା ଲୋକେ ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକେ ମୃତ ଦେହକୁ ଦେଖି ପରିବାର ଓ ପୋଲିସକୁ ଖବର ଦେଇଥିଲେ । ପାଗଫାଣ୍ଡି ପୋଲିସ ପହଂଚି ମୃତ ଦେହକୁ ଜବତ କରି ଏକ ମାମଲା ରୁଜୁ କରି ଶବବ୍ୟବଚ୍ଛେଦ ପାଇଁ କଟକ ପଠାଇ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି ।

Post a Comment (0)
Previous Post Next Post