ବଜ୍ରାଘାତରେ ଜଣେ ମୃତ



 ଅର୍ଗସ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ବଡଗଡ ଥାନା ନୂଆଗାଁ ଗ୍ରାମ ରେ ବଜ୍ରାଘାତରେ ଜଣେ ମୃତ । ମୃତକ ଜଣକ ହେଲେ ଲମ୍ବୋଧର ପାଣିଗ୍ରାହି  ବାପା ଶତ୍ରୁଘ୍ନ ପାଣିଗ୍ରାହୀ ବୟସ ତାଙ୍କର ୩୬। ସୂଚନା ମୁତାବକ ଆଜି ଲମ୍ବୋଦର ଚାଷ କାମ କରିବାକୁ ଜମିକୁ ଯାଇଥିଲେ ମଧ୍ୟାହ୍ନ ୩ଟା ସମୟରେ ଅତ୍ୟଧିକ ବର୍ଷା ହେବା ସହ ଘଡ଼ଘଡି ଓ ବିଜୁଳି ମାରିଥିଲା ଯେଉଁଥିରେ ଲମ୍ବୋଦର ସେଠାରେ ଅଚେତ୍ ହୋଇଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବଡଗଡ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ଡାକ୍ତର ଲମ୍ବୋଦର ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post