ଅର୍ଗସ ବ୍ୟୁରୋ: ପ୍ରଶ୍ନପତ୍ର ଲିକ୍ ମାମଲାରେ ରାଜନୀତିଠୁ ଦୂରରେ ରହି ଟିପ୍ପଣୀ ଦେବାକୁ କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତଦନ୍ତ ଲାଗି ମୋ ସରକାର ପ୍ରତିବଦ୍ଧ ପ୍ରତିଶ୍ରୁତିବଦ୍ଧ । ପେପର୍ ଲିକ୍ ରୋକିବାକୁ ଆମ ସରକାର କଡ଼ା ଆଇନ ଆଣିଛନ୍ତି । ମାମଲାର ନିରପେକ୍ଷ ତଦନ୍ତ ହେବ । ପରୀକ୍ଷା ପରିଚାଳନାରେ ଜଡ଼ିତ ସଂସ୍ଥାରେ ସଂସ୍କାର ପାଇଁ ଉଦ୍ୟମ କରାଯାଉଛି । ଦୋଷୀକୁ କଠିନ ଶାସ୍ତି ମିଳିବ କହିଛନ୍ତି ରାଷ୍ଟ୍ରପତି ।
ଅନ୍ୟପଟେ NEET ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଓ ଗଡ଼ବଡ଼ି ସାମ୍ନାକୁ ଆସିବା ପରେ ଆକ୍ସନ ମୋଡରେ କେନ୍ଦ୍ର ସରକାର । ନିଟ୍ ବ୍ୟବସ୍ଥାକୁ ସମ୍ପର୍ଣ୍ଣ କ୍ଲିନ୍ କରିବା ସହ ପରୀକ୍ଷାର୍ଥୀଙ୍କ ଭରସା ଜିତିବାକୁ ପୂରା ଜୋର ଲଗାଇ ଦେଇଛି କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ । ଏନେଇ ଗୋଟିଏ ପରେ ଗୋଟେ ବଡ଼ ନିଷ୍ପତ୍ତି ନେଇ ଚାଲିଛନ୍ତି କେନ୍ଦ୍ର ସରକାର ।
ନିଷ୍ପତ୍ତି 1
NEET- UG ପରୀକ୍ଷାରେ ଗଡ଼ବଡ଼ିର ଯାଞ୍ଚ କରିବ ସିବିଆଇ। ପ୍ରଶ୍ନପତ୍ର ପ୍ରଘଟ ଓ ଗଡବଡ଼ିର ବିସ୍ତୁତ ତଦନ୍ତ ସହ ଅପରାଧର ଚେର ଖୋଜି ବାହର କରିବ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍।
ନିଷ୍ପତ୍ତି 2
NTA ଡିଜି ସୁବୋଧ କୁମାରଙ୍କୁ ଦାୟିତ୍ବରୁ ହଟାଗଲା। NEET- UG ପ୍ରଶ୍ନପତ୍ର ପ୍ରଘଟ ମାମଲାରେ NTA ଡିଜିଙ୍କୁ ହଟାଇ ବଡ଼ ଆକ୍ସନ ନେଇ ଶିକ୍ଷା ମନ୍ତ୍ରାଳୟ। ପ୍ରଦୀପ ସିଂ ଖରୋଲା ହେବେ NTAର ପରବର୍ତ୍ତି ଡିଜି।
ନିଷ୍ପତ୍ତି 3
NEET- PG ଓ CSIR-UGC-NET ସ୍ଥଗିତ। ଆଗକୁ ଅନ୍ୟ କୌଣସି ଗଡ଼ବଡ଼ି ଯେପରି ନହୁଏ ସେଥିପାଇଁ ସତର୍କତା ମୂଳକ ପଦକ୍ଷେପ ସ୍ବରୂପ। ଏହି ଦୁଇ ପରୀକ୍ଷାକୁ ମଧ୍ୟ ସ୍ଥଗିତ କରିଦିଆଯାଇଛି
ନିଷ୍ପତ୍ତି ନମ୍ବର 4
NTAରେ ସୁଧାର ପାଇଁ ଉଚ୍ଚସ୍ତରୀୟ କମିଟି ଗଠିତ। ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡକ୍ଟର କେ. ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ। 7 ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ଏହି ହାଇ ଲେଭଲ କମିଟି 2 ମାସ ମଧ୍ୟରେ ଶିକ୍ଷା ମନ୍ତ୍ରାଳୟକୁ ଦେବ ରିପୋର୍ଟ ।
ଆହୁରି ପଢନ୍ତୁ ଭାରତ ଖବର...