ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବ ବ୍ୟବସାୟୀଙ୍କ ଉପରେ ବୋମାମାଡ

 ନୟାଗଡ଼ : ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳାରେ ବିଳମ୍ବିତ ରାତିରେ ଫୁଟିଲା ବୋମା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବ ବ୍ୟବସାୟୀ ସନ୍ତୋଷ କୁମାର ସାହୁଙ୍କ ଉପରେ ବୋମା ମାଡ଼ l ଗୁରୁତର ଭାବେ ଭୁବନେଶ୍ୱରରେ ଚିକିତ୍ସିତ ଅଛନ୍ତି ସନ୍ତୋଷ l ଗତ ବିଳମ୍ବିତ ରାତିରେ ଘଟିଛି ଏଭଳି ଘଟଣା l ରାଜସୁନାଖଳା ତଳ ବଜାରରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ପେଟ୍ରୋଲ ପମ୍ପ ନିକଟରେ ସନ୍ତୋଷ କୁମାର ସାହୁଙ୍କ ଉପରେ ବୋମା ମାଡ଼ ହୋଇଛି l

ଗୁରୁତର ଅବସ୍ଥାରେ ପ୍ରଥମେ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି l ବୋମା ମାଡ଼ର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି l ପୁର୍ବଶତ୍ରୁତାକୁ ହିଁ କାରଣ l ରାଜସୁନାଖଳା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛି l ଦୁର୍ବୁତ୍ତ ମାନଙ୍କୁ ଗିରଫ କରିବାକୁ ଉଦ୍ୟମ କରୁଥିବା ସୂଚନା ମିଳିଛି l

Post a Comment (0)
Previous Post Next Post